ଦଶମ ଶ୍ରେଣୀ ସରଲା ପରେ ମୋର ଗାଁ ପାଖେ କିଛି ଭଲ ସୁବିଧା ନାଇଁ ଥିଲା ବୋଲିକରି ମତେ ଭୁବନେଶ୍ୱର ଯିବାକେ ପଡ଼ିଥିଲା। ଭୁବନେଶ୍ୱର ଗଲା ପରେ ଯାଇକରି ମୁଇଁ ଜାନଲି କି ମୁଇଁ ଯେନ ଓଡ଼ିଆ କହୁଛେ ସେଟା ଠିକ ଓଡ଼ିଆ ନୁହେଁ ସେ। ମୁଇଁ ବାକି ଲୋକ ମାନକର କଥା ବୁଝି ପାରୁଥିଲି, କିନ୍ତୁ ମୋର କଥା କେହି ବୁଝି ନାଇଁ ପାରୁଥିଲେ। ଦୁଇ ତିନ ଦିନ ଗଲାପରେ ଆଉ କେତେଜଣ ସମ୍ବଲପୁରୀ ସାଙ୍ଗ ଜୁଟିଗଲେ ତ ମୁଇଁ ବୁଝଲି କି ଏଟା ଖାଲି ମୋର ସମସ୍ୟା ନୁହେ ସେ, ସବୁ ପଶ୍ଚିମ-ଓଡିଶାବାସୀର ସମସ୍ୟା ଆଏ।
***
ବାର ଶ୍ରେଣୀ ପଢ଼ି ସାରଲା ପରେ କଲେଜ ଲାଗି ଦେହରାଦୁନ ଗଲି, ତ ସେଠି ଭି ଗୁଟେ ସମାନ ସମସ୍ୟା ଦେଖଲି। ଉତ୍ତରାଖଣ୍ଡର ପ୍ରାୟ ଲୋକ ଗଡ଼ବାଲି କହେସନ, କିନ୍ତୁ ରାଜଧାନୀ ସହର ଦେହରାଦୁନରେ କେହି ଗଡ଼ବାଲି ନାଇଁ ବୁଝନ। ସମସ୍ତେ ବହିଲେଖା ହିନ୍ଦୀ କହେସନ, ଆଉ ଯେନ ଲୋକ ମାନେ ନିଜେ ପାହାଡ଼ି ଆନ, ସେମାନେ ଭି ନିଜର ଛୁଆ ପିଲା ମାନକେ ଗଡ଼ବାଲି ଛାଡ଼ିକରି ବହିଲେଖା ହିନ୍ଦୀ ଶିଖାସନ।
***
କେତେ ବରସ ପରେ କାମ ଲାଗି ଦିଲ୍ଲୀ ଯାଇକେ ପଡ଼ଲା, ତ ସେଠି ଭି ଏନତା ଗୁଟେ ଜିନିଷ ଦେଖଲି। ବିହାରି/ଭୋଜପୁରୀ ଲୋକମାନେ ବାହାରେ ଭୁଲରେ ଭି ବିହାରୀ ଭାଷା ରେ କଥା ନାଇଁ ହୁଅନ। ଦିଲ୍ଲୀ ଲୋକ ମାନେ ଭୋଜପୁରୀ ଲୋକ ମାନକେ ଅସଭ୍ୟ ଜଙ୍ଗଲୀ କେତେ କଥା କହେସନ ବୋଲି ବିଚରା ବିହାରୀ ମାନେ ନିଜକେ ଭୋଜପୁରୀ ବୋଲି ପରିଚୟ ଭି ନାଇଁ ଦିଅନ।
***********
ଉପରେ ଯେନ ବର୍ଣ୍ଣନାମାନେ ଅଛେ, ସେଟାର ସମୟ ଆଉ ଜାଗା ଅଲଗା-ଅଲଗା ହେଇପାରେ, ହେଲେ ଗୁଟେ ସମାନତା ଅଛେ: ଭାଷା ଆଉ କ୍ଷମତାର ସମ୍ପର୍କ; ଭାଷା ଆଉ ସଂସ୍କୃତିର ଖେଲ; ଭାଷାର ଭେଦଭାବଵାଲା ରାଜନୀତି।
ସମ୍ବଲପୁରୀଭି ଗୁଟେ ପ୍ରକାରର ଓଡ଼ିଆ, ଆଉ ଭୁବନେଶ୍ୱରରେ ଯେନ ଓଡ଼ିଆ କହେସନ ସେଟା ଭି ଗୁଟେ ପ୍ରକାରର ଓଡ଼ିଆ। ଭୋଜପୁରୀ ଭି ଗୁଟେ ପ୍ରକାରର ହିନ୍ଦୀ ଆଏ ଯେନତା ଦିଲ୍ଲୀର ହିନ୍ଦୀ ଆଏ। ଗଡ଼ବାଲି ଭି ସେତକି ହିନ୍ଦୀ ଆଏ ଯେତକି ବହିଲେଖା ହିନ୍ଦୀ ହିନ୍ଦୀ ଆଏ। ଏଇ ଭିତରୁ କେନ ଓଡ଼ିଆଟା ଶୁଦ୍ଧ ଆଉ କେନଟା ନୁହେଁ, କେନ ହିନ୍ଦୀଟା ସଭ୍ୟ ଆଉ କେନଟା ନୁହେଁ, ସେଟା କିଏ କହବା? ଯେନ ଜାଗାରେ ରାଜଧାନୀ ହେଇଗଲା ତା’ର ଭାଷା ବେଶି ଭଲ? ଯେନ ଭାଷାରେ ବେଶି ବହି ଲେଖା ହେଇଗଲା ସେଟା ବେଶି ଶୁଦ୍ଧ? ଏଟାକେ language supremacy କହେସନ, ଆଉ ଏଟା ସଭ୍ୟତାଲାଗି ଗୁଟେ cancer ଲେଖେ ରୋଗ ଆଏ।
Language Supremacyର କମ ସେ କମ ଜୁଡେ଼ ଖରାପ ପ୍ରଭାବ ସଭ୍ୟତାକେ ଖାଇ ଯାଏସି; ଆଉ ଦୁଇଟା ଯାକ ପ୍ରଭାବ ଆମର ପଶ୍ଚିମ-ଓଡିଶା ଉପରେ ଦେଖବାକେ ମିଲସି।
ନିଜର ଭାଷା, ସଂସ୍କୃତିକେ ନିଜେ ନାଇଁ ଛାଡ଼ୁନ୍ତ - ନିଜର ପରିଚୟ ଲାଗି ସେଟା ବହୁତ ଜରୁରୀ ଆଏ। କେହି ଯଦି ଆପଣକେ ଜଙ୍ଗଲୀ କହୁଛେ, ତ ତାକେ ବଣଭୋଜି ଲାଗି ନିମନ୍ତ୍ରଣ ଦେଉଣ। କେହି ଯଦି ଆପଣକେ ଆପଣଙ୍କର ଭାଷା ଲାଗି ଅସଭ୍ୟ କହଲା, ତାକେ ଗୁଟେ ଭଦ୍ର ମୁରୁକି ହସା ଦେଇ କରି ନିଜର ସଭ୍ୟତା ଦେଖଉଣ। ଆଉ କେହି ଯଦି ପଚାରୁଛେ, କି ଆପଣ କାଏଁ ଲାଗି ସମ୍ବଲପୁରୀ କହୁଚନ, ତ ଉତ୍ତର ଦେଉନ୍ତ କି ଏଟା ସାମାଜିକ ସମତା ଆଉ ସାଂସ୍କୃତିକ ବିବିଧତା ଲାଗି ଜରୁରୀ ଆଏ।
କୋଶଲ ରାଜ୍ୟ ବଡ଼ କଥା ନୁହେ ସେ, କୋଶଲି ପରିଚୟ ଉପରେ ଗର୍ବ କରବାରଟା ବଡ଼ କଥା।